ଭାରତୀୟ ସିନେମାରେ ଅବଦାନ ପାଇଁ ମୋହନଲାଲ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର। ବର୍ଷ ୨୦୨୩ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।
Published By: Manasranjan Mohanty
Last updated: 20 September 2025, 08:21 PM IST
Credit: OTV
- 1/6
ମାଲାୟାଲମ୍ ଫିଲ୍ମ ସୁପରଷ୍ଟାର ତଥା ଭାରତୀୟ ଚଳଚ୍ଚିତ୍ର ଦୁନିଆର ଆଇକନ୍ ମୋହନଲାଲଙ୍କୁ ମିଳିବ ଦାଦାସାହେବ ଫାଲକେ ପୁରସ୍କାର। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଘୋଷଣା ସହ ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦିଆଯାଇଛି।
Credit: GOOGLE
- 2/6
ଭାରତୀୟ ସିନେମାରେ ଅବଦାନ ପାଇଁ ମୋହନଲାଲ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର। ବର୍ଷ ୨୦୨୩ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।
ଆସନ୍ତା ୨୩ ତାରିଖରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ତାଙ୍କୁ ସମ୍ମାନିତ କରାଯିବ। ଚାରି ଦଶକରୁ ଅଧିକ ସମୟ ସିନେମା ଜଗତରେ ସକ୍ରିୟ ଅଛନ୍ତି ମୋହନଲାଲ।
Credit: GOOGLE
- 4/6
ସେ ୪୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ୧୯୭୮ ମସିହାରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ।
Credit: GOOGLE
- 5/6
ମାଲାୟଲମ୍, ତାମିଲ, ତେଲଗୁ, କନ୍ନଡ, ଓ ହିନ୍ଦୀ ଭାଷାରେ ଫିଲ୍ମରେ ଅଭିନୟର ଛାପ ଛାଡିଛନ୍ତି ମୋହନଲାଲ। ଏକାଧାରାରେ ସେ ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ।
Credit: GOOGLE
- 6/6
ପୂର୍ବରୁ ଦୁଇଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହ ୨୦୦୧ରେ ପଦ୍ମଶ୍ରୀ ଓ ୨୦୧୯ରେ ପଦ୍ମଭୂଷଣ ସମ୍ମାନ ପାଇଛନ୍ତି ମୋହନଲାଲ ।
- Mohanlal
- Dadasaheb Phalke Award
- South Indian Films